ଯତ୍ନ
କାକୁଡି ଗରମ ସିଜନର ଏକ ବାର୍ଷିକୀ ଫସଲ। ଏହା ଏକ ମାଳୁଥିବା ଗଛ ଯାହା ସାରା ଭରତ ରେ ଖରାଦିନିଆ ପରିବା ଭାବେ ବ୍ଯବହର କରାଯାଏ। କାକୁଡି ଫଳକୁ କଞ୍ଚା ଖିଆଯାଏ କିମ୍ବା ସାଲଡ ରେ ବ୍ଯବହର କରାଯାଏ କିମ୍ବା ପରିବା ଭାବେ ରୋଷେଇ କରାଯାଏ। କାକୁଡି ର ମଞ୍ଜିରୁ ତେଲ ବାହାର କରାଯାଏ ଯାହାର ସ୍ୱାସ୍ଥ୍ୟ ପାଇଁ ଉପକାରିତା ଗୁଣ ଅଛି।
ମାଟି
ଜୈବିକ ପଦାର୍ଥ ରେ ଭରପୁର ବାଲିଆ ଦୋରସା, ଉତ୍ତମ ଜଳ ନିଷ୍କାସିତ ହେଉଥିବା ଏବଂ 6.5 - 7.5 ର pH ରେଞ୍ଜ ଥିବା ମାଟି କାକୁଡି ଚାଷ ପାଇଁ ଅନୁକୂଳ ଅଟେ। ଅଧିକ ଉତ୍ପାଦନ ପାଇଁ, ଜୈବିକ କମ୍ପୋଷ୍ଟ କିମ୍ବା ଅନ୍ୟ କୌଣସି ଗୋବର ଖତ (FYM) ପ୍ରୟୋଗ କରି ମାଟିରେ ଜୈବିକ ପଦାର୍ଥ ଯେମିତି ରହେ ତାହାର ସୁନିଶ୍ଚିତ କରନ୍ତୁ।
ଜଳବାୟୁ
ଏହି ଫସଲ ପାଇଁ ମଧ୍ୟମ ଉଷ୍ଣ ତାପମାନ ଆବଶ୍ୟକ ହୋଇଥାଏ ଯାହା ଆଦର୍ଶ ରୂପେ 20 ରୁ 26⁰C ମଧ୍ୟରେ ଅଟେ। ଅତ୍ୟଧିକ ଅର୍ଦ୍ରତା ପାଉଁଶିଆ ରୋଗ ଏବଂ ନିମ୍ନ ମୁଖୀ ପତ୍ରପୋଡା ରୋଗ କୁ ପ୍ରୋତ୍ସାହିତ କରିଥାଏ। କୁହୁଡି ଅବସ୍ଥା ଏହି ଫସଲ ପାଇଁ ଉପଯୁକ୍ତ ନୁହେଁ।